ରାଜ୍ୟରେ ଆଜି ୪୨ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୫/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୪୨ ଜଣଙ୍କ ଜୀବନ ନେଇଛି କରୋନା । ପୁରୀ, ଝାରସୁଗୁଡ଼ା, କଟକ ଓ ଖୋର୍ଦ୍ଧାରୁ ୪ ଜଣ ଲେଖାଏଁ , ବରଗଡ଼, ଜଗତସିଂହପୁର, କଳାହାଣ୍ଡି, ରାୟଗଡ଼ାରୁ ୩ ଜଣ ଲେଖାଏଁ, ଗଞ୍ଜାମ, କେନ୍ଦୁଝା, ମାଲକାନଗିରି ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ , ସମ୍ବଲପୁର, ନୂଆପଡ଼ା, କେନ୍ଦ୍ରାପଡ଼ା, ଦେବଗଡ଼ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୩୮୮ କୁ ବୃଦ୍ଧି ପାଇଛି ।