ରାଜ୍ୟର ଏହି ୩ ଜିଲ୍ଲାରେ ହେବ ସେରୋସର୍ଭେ

ଭୁବନେଶ୍ୱର, ୧୪/୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲା। କିନ୍ତୁ ଏବେ କିଛି ଦିନ ହେବ ଟିକେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ବିପଦ ଟଳିନି। ଏହାରିମଧ୍ୟରେ ୩ ଜିଲ୍ଲାରେ ହେବ ସେରୋସର୍ଭେ। ରାଜ୍ୟର ୩ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ ପାଇଁ ନିର୍ଦେଶ ଦିଆଯାଇଛି। ୩ ଜିଲ୍ଲା ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ।  ଆସନ୍ତା ୧୬ରୁ ୧୯ ତାରିଖ ମଧ୍ୟରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ୩ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର।