ଅନଲକ୍ ଓ ୩ୟ ଲହର ନେଇ କଣ କହିଲେ ILS ନିର୍ଦ୍ଦେଶକ?

ଭୁବନେଶ୍ୱର, ୧୪/୬: ରାଜ୍ୟରେ ଏବେ କିଛି ଦିନ ହେବ ଟିକେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ଏବେ ବି ବିପଦ ଟଳିନି। ତେଣୁ ଲକଡାଉନ ରହିଛି। ଏହାରି ମଧ୍ୟରେ ଅନଲକ୍ ଓ ୩ୟ ଲହର ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପ୍ରତିକ୍ରିୟା ରଖି
କହିଛନ୍ତି ୫ ହଜାର ତଳେ ରହୁଛି ସଂକ୍ରମଣ ସଂଖ୍ୟା । ୭ ଜିଲ୍ଲାରେ ପଜିଟିଭିଟି ହାର ଅଧିକ ଅଛି ହେଲେ ବି ଲକଡାଉନରୁ ସୁଫଳ ମିଳିଛି । ଯଦି ସରକାର ଅନଲକ୍ ପ୍ରକ୍ରିୟାକୁ ଯିବେ ଲୋକମାନେ କଟକଣା ମାନିବା ଆବଶ୍ୟକ ରହିଛି। ଟିକାକରଣ, ଭାଇରସର ପରିବର୍ତ୍ତିତ ସଂକ୍ରମଣ ଉପରେ ୩ୟ ଲହର ନିର୍ଭର କରୁୁୁଛି ବୋଲି  ସେ କହିଛନ୍ତି।