ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୧୩/୬: ଆଜି ସାରା ଓଡ଼ିଶାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାହାଯ୍ୟରେ ସାରା ଓଡ଼ିଶାକୁ ମୌସୁମୀ ଛୁଇଁଛି। ତେଣୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। କିନ୍ତୁ ଉପର ମୁଣ୍ଡରେ ବର୍ଷା ହୋଇଥିଲେ ବି ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ । ଏନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ଆଗାମୀ ୩ ଦିନ ମଧ୍ୟରେ ହାରାହାରି ୩ ଇଞ୍ଚ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏବେ ହୀରାକୁଦରେ ଜଳସ୍ତର ୬୦୧ ଫୁଟ୍‌ ପାଖାପାଖି ରହିଛି ।