ବିଳମ୍ବରେ ହେଲେ ବି UG/PG ପରୀକ୍ଷା ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୨/୬: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାକୁ ଲାଗିଛି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦ୍ରୁଷ୍ଟିରେ ରଖି ପ୍ରାୟ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। କିନ୍ତୁ ଏହାରିମଧ୍ୟରେ କୁଳପତି ବୈଠକ ଶେଷ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ଯେ ବିଳମ୍ବରେ ହେଲେ ବି UG/PG ପରୀକ୍ଷା ହେବ। ପାଠପଢ଼ା ଗୁରୁତ୍ବପୂର୍ଣ୍ଣ, ତେଣୁ ପରୀକ୍ଷା ହେବା ଉଚିତ ବୋଲି କହିଛନ୍ତି। କୁଳପତିମାନେ କିଛି ଦିନର ସମୟ ନେଇଛନ୍ତି । ଆସନ୍ତା ୧୮ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅରୁଣ ସାହୁ କହିଛନ୍ତି।