ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୧/୬: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ରାଧାମୋହନଙ୍କୁ ଜଣେ ପରିବେଶବିତ୍ ଓ ଶିକ୍ଷାବିତ୍ ଭାବେ ବର୍ଣ୍ଣନା କରିଛନ୍ତି ନବୀନ । ଏହାସହ ଅମର ଆତ୍ମାର ସଦ୍‌ଗତି କାମନା ସହ ପରିବାରକୁ ସେ ସମବେଦନା  ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ୨୦୨୦ରେ ରାଧାମୋହନଙ୍କୁ ପଦ୍ମଶ୍ରୀ ମିଳିିଥିଲା।