ରାଜ୍ୟରେ କୃଷି ଉପକରଣ ଓ କୃଷି ଯନ୍ତ୍ରପାତି ଦୋକାନ ଖୋଲିବା ନେଇ ଲାଗୁ ହେବ ନାହିଁ ସମୟ ଅବଧି

ଭୁବନେଶ୍ୱର, ୧୦/୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି କରୋନା ଚେନ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଭଳି କଟକଣା ଲାଗୁ କରିଛନ୍ତି। ଏହି ସମୟରେ ଜରୁରୀ ଜିନିଷ ଛାଡିଦେଲେ ଓ ନିର୍ଦ୍ଧାରିତ ସମୟ ପରେ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ନାହିଁ। କିନ୍ତୁ ଏହାରି ମଧ୍ୟରେ ରାଜ୍ୟରେ କୃଷି ଉପକରଣ ଓ କୃଷି ଯନ୍ତ୍ରପାତି ଦୋକାନ ଖୋଲା ରହିବ ବୋଲି ସୂଚନା ମିଳିଛି। ଲକ୍‌ଡାଉନ୍‌, ସଟ୍‌ଡାଉନରେ ଔଷଧ ଦୋକାନ ଭଳି ଖୋଲା ରହିବ ଏହିସବୁ ଦୋକାନ। ଏହିସବୁ ଦୋକାନ ଖୋଲିବା ନେଇ ସମୟ ଅବଧି ଲାଗୁ ହେବ ନାହିଁ। ଏଥତ୍ପାଇଁ ପ୍ରତିବନ୍ଧକ ହଟାଯାଇଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି।