୧୧ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର, ୯/୬: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ୧୧ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ଲାଗିଛି। ଅର୍ଥ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିିଳିଛି। ଏହାସହ ନୂଆପଡ଼ା-କଳାହାଣ୍ଡି ବିଜୁ ଏକ୍ସପ୍ରେସ୍ ୱେ ୨ରୁ ୪ ଲେନ୍ ହେବ । ନୂଆପଡ଼ାରୁ କଳାହାଣ୍ଡିକୁ ୧୭୪ କିମି ବିଜୁ ଏକ୍ସପ୍ରେସ୍ ୱେ ହେବ । ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିପରି କଟକ ସହରର ମୁଖ୍ୟ ଡ୍ରେନ୍‌କୁ ବକ୍ସ କଲଭର୍ଟ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ୨୦୨୨ ଡିସେମ୍ବର ସୁଦ୍ଧା କାମ ସରିବ ଓ ଏଥିରେ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ । କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।