ରାଜ୍ୟବାସୀଙ୍କୁ ବିଜୟା ଦଶମୀର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬/୧୦(ଦି ପ୍ରଗତି ନ୍ୟୁଜ୍): ଆଜି ପବିତ୍ର ବିଜୟା ଦଶମୀ। ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ବିଜୟା ଦଶମୀର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସେ ଟୁଇଟ କରି ଲେଖିଛନ୍ତି ଯେ ଦଶହରା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ମାଆ ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ନବୀନ ଲେଖିଛନ୍ତି।