ତେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୧ରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ

ଭୁବନେଶ୍ୱର, ୮/୬: ତେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ତେଲ ଦର ବୃଦ୍ଧି ପ୍ରତିବାଦରେ ଜୁନ ୧୧ରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବା ନେଇ ସୂଚନା ରହିଛି। ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ସକାଳ ୭ଟାରୁ ୧୧ଟା ଯାଏ ବିକ୍ଷୋଭ କରିବେ କର୍ମୀ । ଗତ ୫ ମାସରେ ୪୩ ଥର ତେଲ ଦର ବଢ଼ିଥିବାରୁ ପ୍ରତିବାଦ କରିବ କଂଗ୍ରେସ । ସାଇକେଲ, ରିକ୍ସା, ବଳଦ ଗାଡ଼ି ଓ ଟ୍ରଲିରେ ଆସିବେ ବିକ୍ଷୋଭକାରୀ ।