ଉଠାଦୋକାନୀଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮/୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ କରୋନା ଚେନ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲକଡାଉନ ସହ ସପ୍ତାହନ୍ତ ସଟଡାଉନ ଭଳି ନିୟମ ଲାଗୁ କରିଛନ୍ତି। ଯାହାଦ୍ୱାରା ସହରାଞ୍ଚଳର ଉଠାଦୋକାନୀମାନେ ପ୍ରଭାବିତ ହୋଇଛନ୍ତି। ତେଣୁ ସେମାନଙ୍କ ପାଇଁ ସହାୟତା ଘୋଷଣା କରିିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଉଠାଦୋକାନୀ ଉପକୃତ ହେବେ ।