ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କୁ କୋଭିଡ଼୍ ଯୋଦ୍ଧା ଘୋଷଣା କରିବାକୁ ଦାବି

ଭୁବନେଶ୍ୱର, ୮/୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କଁ ରୋନା ଯୁଦ୍ଧରେ ସାମିଲ ଥିବା କେତେକ ବିଭାଗକୁ କରୋନା ଯୋଦ୍ଧା ଘୋଷଣା କରାଯାଇଛି। ସେହିପରି  ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କୁ କୋଭିଡ଼୍ ଯୋଦ୍ଧା ଘୋଷଣା କରିବାକୁ ଦାବି କରାଯାଇଥିବା ସୂଚନା ମିଳିଛି। ଏନେଇ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାର ଚିଠି ଲେଖିଛନ୍ତି।  ବଡ ଦେଉଳ ଭିତରେ ଏବଂ ବାହାରେ ନୀତିକାନ୍ତି ସହ ଜଡ଼ିତ ରହୁଥିବାରୁ ମାନ୍ୟତା ପାଇଁ ଦାବି କରାଯାଇଛି।