କରୋନା ଆତଙ୍କ: ମାସ୍କ, ସାମାଜିକ ଦୂରତା ସହ ଟୀକା ହେଉଛି ବଡ ବ୍ରହ୍ମାସ୍ତ୍ର ବୋଲି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭/୬: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ଅଦୃଶ୍ୟ ମହାମାରୀ ସହ ଲଢେଇ ପାଇଁ କୋଭିଡ ନିୟମ ହେଉଛି ବଡ ଅସ୍ତ୍ର। ଯେମିତିକି ମାସ୍କ, ସାମାଜିକ ଦୂରତା ସହ ଟୀକା ବଡ ବ୍ରହ୍ମାସ୍ତ୍ର। କାରଣ କରୋନାର ୨ୟ ଲହରରେ ଆମେ ଆମର ସମ୍ପର୍କୀୟଙ୍କୁ ହରାଇଛୁ। ଯେଉଁମାନେ ନିଜ ପରିବାର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହ ସେ ଅଛନ୍ତି ବୋଲି କହିଛନ୍ତି।
ବିଗତ ଶହେ ବର୍ଷରେ ଏହା ସବୁଠାରୁ ବଡ ମହାମାରୀ। ଯାହାକି ଆମେ ପୂର୍ବରୁ ଏଭଳି ମହାମାରୀର ସାମ୍ନା କରି ନଥିଲୁ।  ଆଗରୁ ବିଦେଶରୁ ଭ୍ୟାକ୍ସିନ ଆସିବାକୁ ସମୟ ଲାଗୁଥିଲା। ମାତ୍ର ଏବେ ଆମେ ନିଜେ ନିଜ ଭ୍ୟାକ୍ସିନରେ ପ୍ରାଥମିକ ସ୍ତରରେ କରୋନା ସହ ଲଢୁଛୁ ବୋଲି ମୋଦି କହିଛନ୍ତି।