ଅତି ସହଜରେ ମିଳୁଥିବା ଆଳୁ ତ୍ୱଚା ପାଇଁ କେତେ ଲାଭଦାୟକ ଜାଣନ୍ତୁ

ତରୁଣୀମାନେ ନିଜ ଚେହେରା ପାଇଁ ବହୁତୁ କିଛି କରିଥାନ୍ତି । ବେଳେ ବେଳେ ଅନେକଙ୍କ ମୁହଁରେ ତଥା ଆଖି ତଳେ କଳାଦାଗ ଓ ଡାର୍କ ସର୍କଲ ଦେଖିବାକୁ ମିଳେ। ସେହିପରି ଅନେକଙ୍କ ମୁହଁରେ ବ୍ରଣ ହୋଇଥାଏ। ମୁହଁରୁ କଲା ଦାଗ , ବ୍ରଣ ମୁକ୍ତ ତ୍ୱଚା ପାଇଁ ବଜରାରେ ମିଳୁଥିବା ବହୁ ଦାମୀ କ୍ରିମ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ପାର୍ଶ୍ଵପ୍ରତିକ୍ରିୟା ର ଭୟ ରହିଥାଏ । ଏହାସହ ମୁହଁରୁ କଳା ଦାଗ ଓ ଵ୍ରଣ ଯାଇନଥାଏ । ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି। ତା’ହେଲେ କୌଣସି ଔଷଧ କିମ୍ବା ଦାମୀ କ୍ରିମ ବ୍ୟବାକର କରିବାକୁ ପଡିବ ନାହିଁ । ଏହାର ପ୍ରତି ବଦଳରେ ଅତି ସହଜରେ ମିଳୁଥିବା ଆଳୁର ସାହାଯ୍ୟ ନେଇ ପାରିବେ। ଘରୋଇ ଉପାୟରେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। ତା’ସହିତ ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ମଧ୍ୟ ଆଳୁକୁ ବ୍ୟବହାର କରିପାରିବେ। ତା’ହେଲେ ଏବେ ଆସନ୍ତୁ ଜାଣିବା ଏହିସବୁ ସମସ୍ୟା ପାଇଁ ଆଳୁକୁ କେମିତି ବ୍ୟବହାର କରିବେ।

ଯଦି ଆପଣମାନେ ବ୍ରଣକୁ ନେଇ ଚିନ୍ତାରେ ରହୁଛନ୍ତି। ତେବେ ତ୍ୱଚାରେ ଆଳୁ ଓ ମୁଲତାନୀ ମାଟିର ଏକ ମିଶ୍ରଣ କରନ୍ତୁ ଓ ଏହାର ପ୍ୟାକ୍ ଲଗାନ୍ତୁ। ଏଥିପାଇଁ ପ୍ରଥମେ ଆଳୁର ପେଷ୍ଟ ପ୍ରସ୍ତୁତ କରି ଏଥିରେ ୩ ରୁ ୪ ଚାମଚ ମୁଲତାନୀ ମାଟି ମିଶାନ୍ତୁ। ଏହି ମିଶ୍ରଣକୁ ଭଲ ଭାବେ ଗୋଳାଇ ୩୦ ମିନିଟ୍ ପର୍ଯ୍ୟନ୍ତ ମୁହଁ ଓ ବେକରେ ଲଗାଇ ରଖନ୍ତୁ। ଏହାପରେ ସଫା ଓ ଥଣ୍ଡା ପାଣିରେ ଭଲ ଭାବେ ମୁହଁକୁ ଧୋଇଦିଅନ୍ତୁ । ସପ୍ତାହକୁ ଅତି କମ୍ ରେ ଏହି ପ୍ୟାକ୍‌ ଦୁଇ ଥର ଲଗାଇବା ଦ୍ୱାରା ବ୍ରଣ ସମସ୍ୟା ଦୂର ହେବ।

ସେହିପରି ଆଳୁକୁ ପତଳା ପତଳା କାଟି ଆଖି ତଳେ ଲଗାନଏ ପନ୍ଦର ମିନିଟ ରଖନ୍ତୁ । ଏହା ରାତିରେ ଶୋଇବା ପୂର୍ବରୁ କରନ୍ତୁ । ଦେଖିବେ ଆଖିର ଡାର୍କ ସର୍କଲ କମିବାରେ ଲାଗିବ ।

ସେହିପରି ଆଳୁରୁ ଚୋପା ଛଡ଼ାଇ ଏଥିରେ କଞ୍ଚା କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ମିଶ୍ରଣକୁ ମୁହଁ ଓ ବେକରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହରୁ ଏପରି ଦୁଇରୁ ତିନିଥର ଲଗାନ୍ତୁ। ଏପରି କଲେ ତ୍ୱଚା ଉଜ୍ଜ୍ଵଳ ହୁଏ ଓ କଳାଦାଗ ଦୂର ହୋଇଥାଏ।

ଆଳୁ କୁ ଗ୍ରାଇଣ୍ଡିଙ୍ଗ କରି ରସ ବାହାର କରନ୍ତୁ । ଏହାପରେ ଏହାର ରସକୁ ଛାଣି ସେହି ରସରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ଭଲ ଭାବରେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ପାଣିରେ ମୁହଁକୁ ଧୋଇ ନିଅନ୍ତୁ। ଏପରି କଲେ ସ୍କିନ କୁଞ୍ଚନ ପଡ଼ିନଥାଏ ।

ଆଳୁକୁ କାଟି ପେଷ୍ଟ କରନ୍ତୁ। ଏଥିରେ ହଳଦୀ ମିଶାଇ ମୁହଁରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହକୁ ଏହିପରି ଥରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାର ରଙ୍ଗ ପରିବର୍ତ୍ତନ ହୋଇଥାଏ।