କିପରି ଘରେ କରିବେ ଡାଲ ଫ୍ରାଏ ତଡ଼କା, ଜାଣନ୍ତୁ

ଆବଶ୍ୟକ ସାମଗ୍ରୀ:
ବୁଟ ଡାଲି, ହରଡ଼ ଡ଼ାଲି, ପିଆଜ, ଟମାଟୋ, କାଲଙ୍କ, ଅଦା, ରସୁଣ, ଧନିଆପତ୍ର, ଜୀରା, ଲବଙ୍ଗ, ଡ଼ାଲଚିନି, ଘିଅ, ଶୁଖାଲଙ୍କା, ହେଙ୍ଗୁ, କାଶ୍ମୀରି ଲଙ୍କା ଗୁଣ୍ଡ, ହଳଦୀଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଲୁଣ, ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ବୁଟ ଡ଼ାଲିକୁ ଏକ ପାତ୍ରରେ ପାଣିରେ ଭିଜେଇ ରଖନ୍ତୁ । ତାପରେ ଗୋଟେ ପିଆଜକୁ ପୁରା ଛୋଟ ଛୋଟ ସାଇଜର କାଟି ରଖନ୍ତୁ । ଏବଂ ଦୁଇଟି ପିଆଜକୁ ମଧ୍ୟ ସେହିପରି ଛୋଟ ଛୋଟ ସାଇଜର କାଟି ରଖନ୍ତୁ । ଅଳ୍ପ ଅଦା ଏବଂ ୫ରୁ ୬ ପାଖୁଡ଼ା ରସୁଣକୁ ବାଟି ରଖନ୍ତୁ । ଆଉ ଅଳ୍ପ ରସୁଣକୁ କାଟିକି ରଖନ୍ତୁ । ଏକ କାଲଙ୍କାକୁ କାଟି ରଖନ୍ତୁ । ଦ୍ୱତୀୟ ପର୍ଯ୍ୟାୟରେ ଗ୍ୟାସ ଅନକରି ଏକ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେ ପାଣି ଦିଅନ୍ତୁ । ତାପରେ ପାଣିରେ ଭିଜେଇ ରଖିଥିବା ବୁଟ ଡ଼ାଲି ଏବଂ ହରଡ଼ ଡ଼ାଲିକୁ ପକାନ୍ତୁ । ଏବଂ ଏହାକୁ ସିଝିବା ପାଇଁ ଏକ ଢ଼ାଙ୍କୁଣୀ ମାଧ୍ୟମରେ ଘୋଡ଼ାଇ ରଖନ୍ତୁ । ଡାଲି ସିଝିଗଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ତାପରେ ଆଉ ଏକ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ଜୀରା, ଲବଙ୍ଗ, ଡାଲଚିନି ପକାନ୍ତୁ । ଜୀରା ରଙ୍ଗ ଟିକେ ହାଲକା ବାଦାମୀ ହୋଇଗଲାପରେ ସେଥିରେ ଅଦା ଓ ରସୁଣ ବଟା, କଟା କାଲଙ୍କାକ ପକାଇ ଭାଜନ୍ତୁ । ୧ମିନିଟ ଭାଜିବା ପରେ କାଟିକି ରଖିଥିବା ପିଆଜକୁ ପକାଇ ଭଲସେ ଭାଜନ୍ତୁ । ପିଆଜ ଟିକେ ହାଲକା ବାଦାମୀ ହୋଇଗଲା ପରେ ହଳଦୀଗୁଣ୍ଡ, କାଶ୍ମୀରି ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ପକେଇ ଆଉ ୩୦ ସେକେଣ୍ଡ ଭାଜନ୍ତୁ । ତାପରେ କାଟିକି ରଖିଥିବା ଟମାଟୋକୁ ପକାନ୍ତୁ ଟମାଟୋ ସିଝିବା ପାଇଁ ସେଥିରେ ଅଳ୍ପ ଲୁଣ ପକାନ୍ତୁ । ଲୁଣ ପକାଇବା ପରେ ଟମାଟୋ ସିଝିବା ପର୍ଯ୍ୟନ୍ତ ତାକୁ ଭାଜନ୍ତୁ । ଟମାଟୋ ସିଝିଜିବା ପରେ ସିଝେଇକି ରଖିଥିବା ଡାଲିକୁ ପକାନ୍ତୁ । ତାପରେ ତାକୁ ଫୁଟିବାକୁ ଛାଡ଼ନ୍ତୁ । ଡାଲି ଫୁଟିଗଲାପରେ ଗ୍ୟାସକୁ ଅଫ କରି ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ଏବେ ସେଥିରେ ତଡ଼କା ଦେବା ପାଇଁ ଗ୍ୟାସ ଅନ କରି ଏକ ପ୍ୟାନ ବସାନ୍ତୁ । ପ୍ୟାନ ହାଲକା ଗରମ ହେବା ପରେ ସେଥିରେ ଘିଅ ପକାନ୍ତୁ । ତାପରେ ସେଥିରେ ଗୋଟେ ଶୁଖିଲା ଲଙ୍କା, ଅଳ୍ପ ହେଙ୍ଗୁ ଏବଂ କାଟିକି ରଖିଥିବା ରସୁଣକୁ ପକାନ୍ତୁ । ରସୁଣ ଟିକେ ହାଲକା ବାଦାମୀ ହୋଇଗଲେ ତାକୁ କାଢ଼ି ଦିଅନ୍ତୁ ଏବଂ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଥଣ୍ଡା ହେବା ପରେ ସେଥିରେ କାଶ୍ମୀରି ଲଙ୍କା ଗୁଣ୍ଡ ପକାନ୍ତୁ । ତାପରେ କରିକି ରଖିଥିବା ଡାଲି ଉପରେ ତଡ଼କାକୁ ଢ଼ାଳି ଦିଅନ୍ତୁ । ତାପରେ ପରସନ୍ତୁ ସ୍ୱାଦିଷ୍ଟ ଡାଲ ଫ୍ରାଏ ତଡ଼କା ।