ଆରପାରିରେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା

ଭୁବନେଶ୍ୱର, ୫/୬: ଆଜି କଟକ ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ୨୦୦୪ରୁ ୨୦୦୯ ଯାଏ ମାହାଙ୍ଗାର ବିଧାୟକ ଥିଲେ ବିକ୍ରମ ବର୍ମା । ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ହୋଇଥିଲେ ବିକ୍ରମ କେଶରୀ । ସେ ଜଣେ ଶିକ୍ଷକ ନେତା ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ।