ବିଶିଷ୍ଟ ଅଭିନେତା ଓ ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୫/୬: ବିଶିଷ୍ଟ ଅଭିନେତା ଓ ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ‘ଶଲାବୁଢ଼ା’, ‘ଆଦିମ ବିଚାର’ରେ ନିଖୁଣ ଅଭିନୟ ଚିରସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।

ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଆଜି ପରଲୋକ ଘଟିଛି । ବୁର୍ଲା ଭୀମସାରରେ ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି  । ଗତ ୧୦ ଦିନ ଧରି ଆଇସିୟୁରେ ସେ ଚିକିତ୍ସିତ ହେଉଥିଲେ।