ଆରପାରିରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର, ୨/୬: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ଘଟିଛି। ତାଙ୍କୁ ମୃତ୍ୟୁ ବେଳକୁ ୬୮ ବର୍ଷ ବୟସ ହୋଇଥିଲା। ସେ ଏକ  ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କରୋନାରେ ଆକ୍ରାନ୍ତ ପରେ ଚିକିତ୍ସାଧୀନ ଥିଲେ ବିଜୟଶ୍ରୀ । ସ୍ବାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ସେ ଥିଲେ  । ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ସେ ୬ଥର ଜିତିଥିଲେ  ।