ରାଜ୍ୟରେ ଆଜି ୪୦ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୪୦ ଜଣଙ୍କ ଜୀବନ ନେଇଛି କରୋନା । ଅନୁଗୁଳ, କଟକ, ଖୋର୍ଦ୍ଧା ଓ କଳାହାଣ୍ଡିରେ ୫ ଜଣ ଲେଖାଏଁ , ଝାରସୁଗୁଡ଼ାରୁ ୪, ବୌଦ୍ଧ ଓ ରାୟଗଡ଼ାରୁ ୩-୩ ଜଣ, ଦେବଗଡ଼, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ , ବାଲେଶ୍ବର, ଢେଙ୍କାନାଳ, ଯାଜପୁର ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୮୩୧ କୁ ବୃଦ୍ଧି ପାଇଛି ।