ରାଜ୍ୟରେ ଆଜି ୩୭ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୩୭ ଜଣଙ୍କ ଜୀବନ ନେଇଛି କରୋନା । ଅନୁଗୁଳରୁ ସର୍ବାଧିକ ୫ ଜଣ , କଳାହାଣ୍ଡି ଓ କଟକରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ,  ସମ୍ବଲପୁର, ରାୟଗଡ଼ା, ନୂଆପଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ , ବଲାଙ୍ଗିର, ଗଜପତି, ଗଞ୍ଜାମ ଓ କୋରାପୁଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭୯୧ କୁ ବୃଦ୍ଧି ପାଇଛି ।