ଅକ୍ସିଜେନ୍ ଯୋଗାଇବାକୁ ଯୁଦ୍ଧସ୍ତରରେ କାମ ଚାଲିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୦/୫: ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ ଦେଇ କହିଛନ୍ତି ଯେ ଦେଶବାସୀ ଏକଜୁଟ୍ ହୋଇ କରୋନା ବିରୋଧରେ ଲଢେଇ କରୁଛନ୍ତି । କିନ୍ତୁ ବଡ ବିଜୟ ପାଇଁ ଦୃଢ ସଂକଳ୍ପର ଆବଶ୍ୟକତା ରହିଛି । ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟକର୍ମୀ କାମ କରୁଛନ୍ତି । କରୋନାର  ୨ୟ ଲହର ସମୟରେ ଅକ୍ସିଜେନର ଆବଶ୍ୟକତା ବଢିଛି । ତେଣୁ ଅକ୍ସିଜେନ୍ ଯୋଗାଇବାକୁ ଯୁଦ୍ଧସ୍ତରରେ କାମ ଚାଲିଛି । ଅକ୍ସିଜେନ୍ ଏକ୍ସପ୍ରେସ ଜରିଆରେ ପହଞ୍ଚାଯାଉଛି । ଜଳ-ସ୍ଥଳ-ଆକାଶ ପଥରେ  ଅକ୍ସିଜେନ୍ ସ୍ଥାନାନ୍ତରଣ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।