ହରିୟାଣାରେ ଜୁନ୍‌ ୭ ଯାଏ ବଢ଼ିଲା ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ, ୩୦/୫: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ହରିୟାଣାରେ ଜୁନ୍‌ ୭ ଯାଏ  କୋଭିଡ ଲକ୍‌ଡାଉନ ଅବଧି ବଢ଼ିଛି। ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଜୁନ୍‌ ୧୫ ଯାଏ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି । ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ କଟକଣା ଜାରି ହୋଇଛି। ଯୁଗ୍ମ-ଅଯୁଗ୍ମ ସୂତ୍ର ମାନି ଦିନ ୯ଟାରୁ ୩ଟା ଯାଏ ଖୋଲି ପାରିବ ଦୋକାନ।  ଏନେଇ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ।