ବାତ୍ୟା ପ୍ରଭାବିତ ୩ଟି ରାଜ୍ୟ ପାଇଁ ୧୦୦୦ କୋଟିର ସହାୟତା ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୮/୫: ଦେଶରେ କରୋନା ଭୟ ଥିଲା ବେଳେ ତାଣ୍ଡବ ରଚିଥିଲା ବାତ୍ୟା ୟାସ।ଏହାରିମଧ୍ୟରେ ଆଜି ବାତ୍ୟା ପ୍ରଭାବିତ ୩ଟି ରାଜ୍ୟ ପାଇଁ ୧୦୦୦ କୋଟିର ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସେଥି ମଧ୍ୟରୁ ଓଡ଼ିଶାକୁ ୫୦୦ କୋଟି ଏବଂ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ୫ ଶହ କୋଟି ସହାୟତା ଘୋଷଣା କରାଯାଇଛି।

ସେହିପରି ବାତ୍ୟାରେ କେତେ ଜଣଙ୍କ ର ମୃତ୍ୟୁ ହୋଇଥିବା ସହ ଆହତ ମଧ୍ୟ ହୋଇଥିଲେ। ସେନେଇ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ମିଳିବାକୁ ଥିବା ବେଳେ ଆହତଙ୍କୁ  ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହାସହ ବାତ୍ୟା ପ୍ରଭାବିତ ୩ଟି ରାଜ୍ୟର କ୍ଷୟକ୍ଷତି ଆକଳନ ପାଇଁ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ ମଧ୍ୟ କରିଛନ୍ତି କେନ୍ଦ୍ର ସରକାର । କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ରିପୋର୍ଟ ଦେବ ଏହି ଟିମ୍ । ସୂଚନା ଯୋଗ୍ୟ ଯେ ଆଜି ଓଡିଶା ଆସି ବାତ୍ୟା କ୍ଷୟକ୍ଷତି ର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡିଶା ସହ ଅନ୍ୟ ରାଜ୍ୟରେ ମଧ୍ୟ କ୍ଷତି ଘଟାଇଥିବା ବାତ୍ୟା ୟାସ ର ସମୀକ୍ଷା ନେଇ ସେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ।