କୋଭିଡ ସଂକ୍ରମଣ ଆଶଙ୍କାରେ ୧୨ ଜିଲ୍ଲାକୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର, ୨୭/୫: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ । ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏନେଇ କୋଭିଡ ସଂକ୍ରମଣ ଆଶଙ୍କାରେ ୧୨ ଜିଲ୍ଲାକୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। ପୁନରୁଦ୍ଧାରରେ ଲୋକଙ୍କର ବି ସ୍ବାସ୍ଥ୍ୟ ଯାଞ୍ଚ ହେବ । ୧୨ ଜିଲ୍ଲା ଗୁଡ଼ିକ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା। ସ୍ୱାସ୍ଥ୍ୟ  ଯାଞ୍ଚ ପାଇଁ ACS ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିିିଛନ୍ତି।