ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୬/୫: ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସକାଳ ୯ ଟାରୁ ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଧାମରାଠାରୁ ବାତ୍ୟା ୟାସର ଦୂରତା ବଢିଥିବା ସୂଚନା ରହିଛି। ଧାମରାଠାରୁ ୪୫ କିମି ଦୂରରେ ରହିଛି ବାତ୍ୟା । ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣ ପୂର୍ବକୁ ୫୦ କିମି ଦୂରରେ ରହିଛି ୟାସ । ଘଣ୍ଟାକୁ ୧୫ କିମି ବେଗରେ ବାଲେଶ୍ୱର ଆଡ଼କୁ ମୁହାଁଇଚାଲିଛି ୟାସ୍ ।