ରାଜ୍ୟରେ ଆଜି ୩୫ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୬/୫: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୩୫ ଜଣଙ୍କ ଜୀବନ ନେଇଛି କରୋନା ।ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଧିକ ୫ ଜଣ ଲେଖାଏଁ, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୩ ଜଣ, ଝାରସୁଗୁଡ଼ା, କଳାହାଣ୍ଡି ଓ କୋରାପୁଟରୁ ୩ ଜଣ ଲେଖାଏଁ , ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂହପୁର ,
କେନ୍ଦୁଝର, ନୟାଗଡ଼ ଓ ରାୟଗଡ଼ାରୁ  ଜଣେ ଲେଖାଏଁ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫୮୪ କୁ ବୃଦ୍ଧି ପାଇଛି ।