ଆଜି  ସକାଳ ୯ଟାରୁ ୧୦ଟା ବେଳକୁ ଲ୍ୟାଣ୍ଡଫଲ ହେବ ବାତ୍ୟା ୟାସ

ଭୁବନେଶ୍ୱର, ୨୬/୫: ଅତି ଭୟଙ୍କର ଭାବେ ମାଡି ଆସୁଛି ବାତ୍ୟା ୟାସ। ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଆଜି ସକାଳ ୯ଟାରୁ ୧୦ଟା ବେଳକୁ  ଲ୍ୟାଣ୍ଡଫଲ ହେବ। ଧାମରାରୁ ବାଲେଶ୍ୱର, ବାହାନଗା ପାଖାପାଖି ସ୍ଥଳଭାଗ ଛୁଇଁବ ବାତ୍ୟା। ଧାମରାରୁ ୭୦ କିମି ଦୂରରେ ଓ ପାରାଦୀପରୁ ୯୦ କିମି ଦୂରରେ ରହିଛି ବାତ୍ୟା ୟାସ ।