ଆସନ୍ତାକାଲି ସକାଳୁ ଲ୍ୟାଣ୍ଡଫଲ୍ କରିବ ୟାସ୍

ଭୁବନେଶ୍ୱର, ୨୫/୫: ଆସନ୍ତାକାଲି ସକାଳୁ ଲ୍ୟାଣ୍ଡଫଲ କରିବ ବାାତ୍ୟା ୟାସ୍। ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଇଛି। ସନ୍ଧ୍ୟା ସୁଦ୍ଧା ଓଡିଶା ସୀମା ପାର କରିବ ବାତ୍ୟା ‘ୟାସ୍’। ବାତ୍ୟା ସମୟରେ ପବନର ବେଗ ୧୪୦ରୁ ୧୫୫ କିମି ପ୍ରତି ଘଣ୍ଟା ରହିବ ବୋଲି ସୂଚନା ମିଳିଛି। ଆଜି ରାତି ୯ଟାରୁ ପବନର ବେଗ ବଢିବ।