ଶକ୍ତିମନ୍ତ୍ରୀଙ୍କୁ ବାଲେଶ୍ୱର ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫/୫: ତୀଵ୍ର ଗତିରେ ମାଡି ଆସୁଛି ବାତ୍ୟା ୟସ। ଏନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ୱର ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ‘ୟାସ୍’ ବାଲେଶ୍ୱର ନିକଟରେ ଲ୍ୟାଣ୍ଡଭଲ କରିବା ନେଇ ଆକଳନ କରାଯାଇଛି । ତେଣୁ ବାଲେଶ୍ୱରରେ ରହି ସ୍ଥିତିର ଅନୁଧ୍ୟାନ କରିବେ ଦିବ୍ୟଶଙ୍କର । ସୂଚନାଯୋଗ୍ୟ ଯେ ଘଣ୍ଟା ପ୍ରତି ୧୦କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା। ଧାମରା-ଚାନ୍ଦବାଲି ମଧ୍ୟରେ  ଲ୍ୟାଣ୍ଡଫଲ କରିବା ନେଇ ସୂଚନା ରହିଛି।