ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ୍

ନୂଆଦିଲ୍ଲୀ, ୨୩/୫: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇ କରୋନା ଚେନ ଭାଙ୍ଗିବା ପାଇଁ ପ୍ରୟାସ ଜାରି ରହିଛି । ଏହାରିମଧ୍ୟରେ ଦିଲ୍ଲୀରେ ଆଉ ସପ୍ତାହେ ଲକ୍‌ଡାଉନକୁ ବଢ଼େଇ ଦିଆଯାଇଛି। ମେ ୩୧ ଯାଏ କଟକଣା ବଳବତ୍ତର ରହିବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

ଦିଲ୍ଲୀରେ ସଂକ୍ରମଣ ହାର ୨.୫ ପ୍ରତିଶତକୁ ଖସିଛି । ଗତ ୨୪ ଘଣ୍ଟାରେ ମାତ୍ର ୧୬୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲକ୍‌ଡାଉନ୍‌ ପାଇଁ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି ବୋଲି କେଜରିୱାଲ କହିଛନ୍ତି।