ରାଜ୍ୟରେ ଆଜି ୧୫ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, ୨୪ା୧୦(ଦି ପ୍ରଗତି ନ୍ୟୁଜ): ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୧୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ହୋଇଥିବା ୧୫ଜଣଙ୍କ ମଧ୍ୟରୁ ମୟୁରଭଞ୍ଜରୁ ୨, ଭୁବନେଶ୍ୱରରୁ ୨, ସୁନ୍ଦରଗଡ଼ରୁ ୨, ଗଜପତି, ବରଗଡ଼, ପୁରୀ, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା,ସମ୍ବଲପୁର, ବାଲେଶ୍ୱର, କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।