କିପରି କଟିବ ଆଜି ଆପଣଙ୍କ ଦିନ: ୨୨/୦୫/୨୦୨୧

ମେଷ: ଆଜିର ଆପଣଙ୍କର ଦିନଟି କଷ୍ଟରେ ବିତିବ। କାର୍ଯ୍ୟସ୍ଥଳରେ କାହାରି ସହ ଝଗଡା ହୋଇପାରେ। ମାନସିକ ରୂପରେ ଅଶାନ୍ତି ରହିବେ। ଆଜି ଆପଣଙ୍କ ପରିବାରର ସଦସ୍ୟଙ୍କୁ ନେଇ କିଛି ଚିନ୍ତାରେ ରହିପାରନ୍ତି।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। କୌଣସି ଅପରିଚିତ ବ୍ୟକ୍ତିଙ୍କ କଥାରେ ଆସନ୍ତୁ ନାହିଁ। ଅଫିସରେ କାମ କରୁଥିବା ଲୋକଙ୍କ ପାଇଁ ଅସୁବିଧା ହୋଇପାରେ। କାହାରି ସହ ବିବାଦ ସମୟରେ ଅଶାନ୍ତି ହୋଇପାରେ।

ମିଥୁନ: ଆଜି ଆପଣଙ୍କ ପାଇଁ ଦିନଟି ଖୁସିପୂର୍ଣ ରହିବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଯୋଜନା କରିପାରନ୍ତି। ସାମାଜିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ସମ୍ପର୍କୀୟଙ୍କ ଘରକୁ ଯିବେ। ଛାତ୍ରଙ୍କୁ ସଫଳତା ମିଳିବ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଖୁସିରେ ପରିପୂର୍ଣ ରହିବ। ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। କୌଣସି ଦେବା-ନେବା କରୁଥିବା ସମୟରେ ଅବହେଳା କରନ୍ତୁ ନାହିଁ। ବିରୋଧୀ ସକ୍ରିୟ ହୋଇପାରନ୍ତି।

ସିଂହ: ଆଜି ସମ୍ପର୍କୀୟଙ୍କଠାରୁ ଦୁଃଖଦ ଖବର ପାଇପାରନ୍ତି। ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇବ। ନିକଟ ସହରକୁ ଯାତ୍ରାରେ ଯାଇପାରନ୍ତି। ଛାତ୍ରମାନେ ବିଶେଷଜ୍ଞଙ୍କ ଦ୍ୱାରା ଉପକୃତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

କନ୍ୟା: ବୈବାହିକ ଜୀବନ ସୁଖମୟ ରହିବ। ସନ୍ତାନ ପକ୍ଷରେ ଖୁସିଖବର ମିଳିବ। ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ। ଆପଣଙ୍କ ପୁରୁଣା ରୋଗରୁ ଠିକ ହୋଇପାରନ୍ତି। ଆଜି ଶୁଭ ସୂଚନା ମିଳିବ।

ତୁଳା: ଆପଣଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ଧାର୍ମିକ କାର୍ଯ୍ୟର ଦାୟିତ୍ଵ ମିଳିବ। ଅଜଣା ଲୋକଙ୍କ ଠାରୁ ଭୟ ଦେଖାଦେବ। କାହାରି ସହ କଥାବାର୍ତ୍ତା ହେଉଥିବା ସମୟରେ ଅଶାନ୍ତି ସୃଷ୍ଟି ହୋଇପାରେ। ଯାତ୍ରା କରନ୍ତୁ ନାହିଁ।

ବିଛା: ଅଜ୍ଞାତ ଲୋକଙ୍କ ସାମ୍ନାରେ ଗୁପ୍ତ ଆଲୋଚନା କରନ୍ତୁ ନାହିଁ। ବିରୋଧୀମାନେ ସକ୍ରିୟ ରହିବେ। ବ୍ୟବସାୟ ଭଲ ଚାଲିବ। ନିବେଶ କରିପାରନ୍ତି। ଆପଣ କାର୍ଯ୍ୟରେ ସଫଳତା ପାଇବେ।

ଧନୁ: ଆଜି ଛାତ୍ରମାନଙ୍କ କଠିନ ପରିଶ୍ରମ ରଙ୍ଗ ଆଣିବ। ବିରୋଧୀମାନଙ୍କ ଠାରୁ ସାବଧାନ ରୁହନ୍ତୁ। କ୍ଯାରିୟର ଆଗକୁ ବଢିବ। ଯୁବକମାନେ ସଫଳତା ହାସଲ କରିବେ। ଅଭିଜ୍ଞ ବ୍ୟକ୍ତି ମାର୍ଗଦର୍ଶନ ଗ୍ରହଣ କରିବେ।

ମକର: ଆଜି ବିରୋଧୀମାନେ ଶାନ୍ତ ରହିବେ। ଶାରୀରିକ ସମ୍ବଳ ବୃଦ୍ଧି ପାଇଁ ଖର୍ଚ୍ଚ କରିପାରନ୍ତି। ନୂତନ କାର୍ଯ୍ୟରେ ଲାଭ ହେବ। ଚାକିରି ପରିବର୍ତ୍ତନକୁ ବିଚାର କରିପାରନ୍ତି। କାହା ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି।

କୁମ୍ଭ: ଆଜିର ଦିନଟି ଆପଣଙ୍କ ବ୍ୟସ୍ତତାପୂର୍ଣ ରହିବ। ଥକ୍କା ଓ କମଜୋର ଅନୁଭବ କରିବେ। ବିବାଦର ସ୍ଥିତିରୁ ଦୂରେଇ ରହିବେ। କିଛି ଦାୟିତ୍ଵ ସମ୍ପୂର୍ଣ କରିପାରିବେ ନାହିଁ। ଆଇନ ମାମଲାରେ ଲମ୍ବିତ ରହିବ।

ମୀନ: ବ୍ୟବସାୟ ଭଲ ଚାଲିବ। କୌଣସି କଥାରେ ଆପଣ ଚିନ୍ତିତ ହୋଇପାରନ୍ତି। ଅଶାନ୍ତିଠାରୁ ଦୂରେଇ ରୁହନ୍ତୁ। କଷ୍ଟପୂର୍ଣ କାର୍ଯ୍ୟ କରନ୍ତୁ ନାହିଁ। ଜରୁରୀ ନିଷ୍ପତ୍ତି ପରିବାର ବିଚାର ବିମର୍ଶରେ ନିଅନ୍ତୁ।