ବାତ୍ୟାକୁ ନେଇ ଲୋକେ ଭୟଭୀତ ହୁଅନ୍ତୁ ନାହିଁ: ଏସଆରସି

ଭୁବନେଶ୍ୱର, ୨୦/୫: କରୋନା କାଳରେ ଏବେ ଓଡିଶା ବାସୀଙ୍କୁ ବାତ୍ୟା ଭୟ ଘାରିଛି। ଏହି ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ ବାତ୍ୟାର ରୂପରେଖ ନେଇ ଏବେଠୁ ସ୍ପଷ୍ଟ ହୋଇନି । ଏହା କେଉଁଠି ଛୁଇଁବ ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ଆଇଏମଡିର ଆକଳନ ଅନୁସାରେ ଆଗକୁ ବଢିବା ଆବଶ୍ୟକ ରହିଛି । ବାତ୍ୟାକୁ ନେଇ ଲୋକେ ଭୟଭୀତ ହୁଅନ୍ତୁ ନାହିଁ । ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରସ୍ତୁତି ଚାଲିଛି । ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା ହୋଇଛି । ଏନେଇ ସମସ୍ତ ବିଭାଗ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଉଛି ବୋଲି ଏସଆରସି କହିଛନ୍ତି।

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ୟାସ୍ । ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି ।