ରାଜ୍ୟରେ ଆଜି ୨୩୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୩।୧୦(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଖୁସି ଖବର ସାମ୍ନାକୁ ଆସିଛି । ଆଜି ୨୩୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୫୯୪୧୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୯୪ , ଅନୁଗୁଳରୁ ୨୦୪, ବାଲେଶ୍ୱରରୁ ୧୬୨,ମୟୁରଭଞ୍ଜ ରୁ ୧୨୬, କଟକରୁ ୧୨୨, ସୁନ୍ଦରଗଡ଼ରୁ ୧୦୯, ଯାଜପୁରରୁ ୧୦୭, ବରଗଡ଼ ରୁ ୮୮, ବଲାଙ୍ଗୀର ରୁ ୮୭ ଜଣ ସୁସ୍ଥ ହୋଇଛନ୍ତି ।