ରାଜ୍ୟରେ ଲକ୍‌ଡାଉନ୍ ଅବଧି ବୃଦ୍ଧି

ଭୁବନେଶ୍ୱର, ୧୮/୫: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବରେ ଲାଗିଛି। ତେଣୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇ କରୋନା ଚେନ ଭାଙ୍ଗିବା ପାଇଁ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି। ଏହାରିମଧ୍ୟରେ ରାଜ୍ୟରେ  ଲକ୍‌ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ୍ ୧ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ୍‌ ବଢ଼ାଇ ଦେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

ଲକ୍‌ଡାଉନ କୋହଳ ସମୟ କମାଇଛନ୍ତି ରାଜ୍ୟ ସରକାର । ଏଣିକି ସକାଳ ୭ଟାରୁ ୧୧ଟା ଭିତରେ ହିଁ କିଣିହେବ ଅତ୍ୟାବଶ୍ୟକ ସାମଗ୍ରୀ । ଶନିବାର ଓ ରବିବାର ସଂପୂର୍ଣ୍ଣ ସଟ୍‌ଡାଉନ କଟକଣା ଜାରି ରହିବ। ବିବାହରେ ସର୍ବାଧିକ ୨୫ ଜଣ କିନ୍ତୁ ଭୋଜିଭାତ ଉପରେ ରୋକ ଲଗାଇଛନ୍ତି ସରକାର।
ଖାଇବାକୁ ଦେବାର ଥିଲେ ପ୍ୟାକେଟରେ ଦେଇପାରିବେ ଆୟୋଜକ । କୋଭିଡ ନିୟମ ମାନି ସ୍ବାସ୍ଥ୍ୟସେବା ସଂସ୍ଥା ଓ ବ୍ୟାଙ୍କ ଖୋଲା ରହିପାରିବ । ପଞ୍ଚାୟତ ସ୍ତରରେ କୋଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିିିଆଯିବ। ୩ ମାସ ଧରି ଘରକୁ ଘର ବୁଲି ସ୍ବାସ୍ଥ୍ୟ ଅଭିଯାନ ଚାଲିବ।