ଆସନ୍ତା ୨୪ରୁ ଘର ଘର ବୁଲି ଯାଞ୍ଚ ହେବ ସ୍ବାସ୍ଥ୍ୟ

ଭୁବନେଶ୍ୱର, ୧୭/୫: ରାଜ୍ୟରେ କୋଭିଡ ମୁକାବିଲା ନେଇ ହୋଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୨୪ରୁ ଜିଲ୍ଲାରେ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶାକର୍ମୀ।

କୋଭିଡ୍ ନିୟନ୍ତ୍ରଣରେ ସାମିଲ୍ ହେବେ ୪୬୧୦୬ ଗାଁ କଲ୍ୟାଣ ସମିତି । ଲକଡାଉନ୍ ଓ ଟିଏମସି ସଂପର୍କରେ ନିଷ୍ପତ୍ତି ନେବେ ସରପଞ୍ଚ । କୋଭିଡରେ ମୃତକଙ୍କ ପରିବାରକୁ ପେନସନ୍ ମିଳିବ। ମୃତକଙ୍କ ବିଧବା ଓ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କୁ ମଧ୍ୟ ପେନସନ୍ ମିଳିବ । ସମସ୍ତଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ୍ କରାଯିବ ।କରୋନାରେ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷାଦାନ ମଧ୍ୟ ଦିଆଯିବା ନେଇ ଘୋଷଣା କରାଯାଇଛି। ଅନ୍ୟପଟେ ଅକ୍ସିଜେନ୍ ଯୋଗାଣର ସୁପରିଚାଳନା ପାଇଁ ଗଠନ ହେବ ଟାସ୍କଫୋର୍ସ।