ଆମ୍ବୁଲାନ୍ସ ଭଡ଼ା ଧାର୍ଯ୍ୟ କଲେ ସରକାର, ଅଧିକ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୭/୫: ରାଜ୍ୟରେ ଏବେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ତେଣୁ ଏହାକୁ କମାଇବା ପାଇଁ ଓ କୌଣସି ରୋଗୀର ଅସୁବିଧା ନହେବା ପାଇଁ ଯଥା ସମ୍ଭବ ଚେଷ୍ଟା ଜାରି ରହିଛି। ଏହାରିମଧ୍ୟରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ମନ ଇଚ୍ଛା ଭଡ଼ା ନେଇପାରିବେନି ଘରୋଇ ଆମ୍ବୁଲାନ୍ସ ମାଲିକ। ରାଜ୍ୟରେ ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡ଼ା ଧାର୍ଯ୍ୟ କରିଛନ୍ତି ସରକାର । ଅଧିକ ଭଡା ନେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୧୦ କିମି ପାଇଁ ଛୋଟ ଗାଡ଼ି ନେବେ ୭୫୦ ଓ ଲାଇଫ ସପୋର୍ଟ ଥିଲେ ବୋଲେରୋ ୧୫୦୦ ଟଙ୍କା ନେବେ। ସେହିପରି ଅତ୍ୟାଧୁନିକ ଲାଇଫ ସପୋର୍ଟ ବ୍ୟବସ୍ଥା ଥିଲେ ବଡ଼ ଗାଡ଼ି ନେଇପାରିବେ ସର୍ବାଧିକ ୩୦୦୦ ଟଙ୍କା ବୋଲି ସୂଚନା ମିଳିଛି।