ଏଣିକି ଭୁବନେଶ୍ବର ବିମାନବନ୍ଦରରେ ହେବ ଯାତ୍ରୀଙ୍କ RT-PCR ଟେଷ୍ଟ

ଭୁବନେଶ୍ୱର, ୧୭/୫: ଦେଶରେ ଓ ରାଜ୍ୟରେ କରୋନା ତାଣ୍ଡବ ରଚିବାରେ ଲାଗିଛି। ଏହାକୁ ଏଡେଇବାକୁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି। ସେହିପରି ଆଜି ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ରାଜଧାନୀ ଭୁବନେଶ୍ବର ବିମାନବନ୍ଦରରେ  ଯାତ୍ରୀଙ୍କ RT-PCR ଟେଷ୍ଟ କରାଯିବ। ବିମାନ ଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ କରିଛି ବିଏମସି। ଟେଷ୍ଟ ନେଇ ବିମାନବନ୍ଦରରେ ପହଞ୍ଚିଛନ୍ତି ଭୁବନେଶ୍ବର ମହାନଗର ନିଗମର ୨ଟି ଟିମ୍‌ । ସୂଚନାଯୋଗ୍ୟ ଯେ ପୂର୍ବରୁ ଯାତ୍ରୀଙ୍କୁ RT-PCR ନେଗେଟିଭ୍‌ ରିପୋର୍ଟ ଆଣିବାକୁ କୁହାଯାଇଥିଲା ।