ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ମନା, ଜୁନ୍ ୧୫କୁ ବଢିଲା କଟକଣା ଅବଧି

ପୁରୀ, ୧୬/୫: ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ରହିଛି। ତେଣୁ ବିଭିନ୍ନ ପଦକ୍ଷେପ ନିଆଯାଇ କରୋନା ଚେନ ଭାଙ୍ଗିବା ଯଥା ସମ୍ଭବ ଚେଷ୍ଟା ଜାରି ରହିଛି। ଏହାରିମଧ୍ୟରେ ଜୁନ୍ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ କରିବାକୁ ଅନୁମତି ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରୁ ରଖି କଟକଣା ଅବଧିକୁ ବୃଦ୍ଧି କରାଯାଇଛି। କରୋନା ସ୍ଥିତି ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ହେବ ନାହିଁ। ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତିକାନ୍ତି ହେବ ।