ଏଣିକି ଭୁବନେଶ୍ୱରରେ ବରିଷ୍ଠ ନାଗରିକ ଘରେ କରିପାରିବେ କୋଭିଡ ପରୀକ୍ଷା

ଭୁବନେଶ୍ୱର, ୧୫/୫: ରାଜ୍ୟରେ କରୋନା ପରିସ୍ଥିତି ଅଣାୟତରେ ରହିଛି। ଏନେଇ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାସହ ରାଜଧାନୀ ଭୁବନେଶ୍ବରରେ କୋଭିଡ ମୁକାବିଲା ନେଇ ବିଏମସି କମିସନର ସଞ୍ଜୟ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ମେ’ ୧୭ରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରଯାଇଛି। ୧୯୨୯ ନମ୍ବରକୁ ଫୋନ୍‌ କଲେ ଘରକୁ ଯାଇ କୋଭିଡ ପରୀକ୍ଷା କରାଯିବ। ଟିକାଦାନ କେନ୍ଦ୍ରକୁ ଯାଇପାରୁନଥିବା ବରିଷ୍ଠ ନାଗରିକଙ୍କୁବି ଏହି ସୁବିଧା ମିଳିବ।