ଇଡ଼କୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ବରିଷ୍ଠ IAS ଡ଼ା. କ୍ରିଷନ କୁମାର

ଭୁବନେଶ୍ୱର, ୧୪/୫: ବରିଷ୍ଠ ଆଇଏଏସ୍ ଅଧିକାରୀ ଡା. କ୍ରିଷନ କୁମାର IDCOର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ଆଜି ଅତିରିକ୍ତ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ସଂଗଠନର ବରିଷ୍ଠ ଅଧିକାରୀମାନେ ସବୁ ବିଷୟରେ ସୂଚନା ଦେଇଥିଲେ। ଏହାପରେ ସେ ୫ଟି ଆକ୍ସନ୍ ପ୍ଲାନ୍ ଲାଗୁ କରିବା ଉପରେ ଚିନ୍ତାବ୍ୟକ୍ତ କରିବା ସହ ବ୍ୟବସାୟର ଉନ୍ନତି ପାଇଁ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ହିତାଧିକାରୀ / ଉଦ୍ୟୋଗୀ / କର୍ମଚାରୀ IDCO ର କାର୍ଯ୍ୟରେ ଉନ୍ନତି ପାଇଁ କିମ୍ବା ପରାମର୍ଶର ସମାଧାନ ପାଇଁ ସିଧାସଳଖ ତାଙ୍କ ସହ ଯୋଗାଯୋଗ କରିପାରିବେ। ଏହି ପରିପ୍ରେକ୍ଷୀରେ ତାଙ୍କୁ ସିଧାସଳଖ ତାଙ୍କ ଇମେଲ୍ ID krishankumar.idco@gmail.com ରେ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି। ଏହାସହ ଇଡ଼କୋର ପୂର୍ବତନ ସିଏମଡି ସଞ୍ଜୟ ସିଂହଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସଞ୍ଜୟ ସିଂହଙ୍କ ସମୟରେ ଆରମ୍ଭ ହୋଇଥିବା କାର୍ଯ୍ୟ ଏବଂ ପ୍ରୋଜେକ୍ଟ ଗୁଡିକ ତାଙ୍କ ପରାମର୍ଶ ନେଇ ଆଗକୁ ବଢାଇବେବୋଲି କ୍ରିଷନ କୁମାର କହିଛନ୍ତି।