ହୃଦଘାତର ଶିକାର ହେଲେ କପିଲ ଦେବ

ନୂଆଦିଲ୍ଲୀ,୨୩/୧୦: ୧୯୮୩ ବିଶ୍ୱକପ ବିଜେତା ଭାରତର କ୍ରିକେଟର କପିଲ ଦେବ ହୃଦଘାତର ଆଜି ଶିକାର ହୋଇଛନ୍ତି। କିନ୍ତୁ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

୬୧ ବର୍ଷୀୟ କପିଲଙ୍କୁ ହୃଦ୍‌ଘାତ ହୋଇଥିବାରୁ  କ୍ରିକେଟ ଜଗତର ସମସ୍ତେ ଆରୋଗ୍ୟ କାମନା କରିଛନ୍ତି।  କପିଲ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ପୂର୍ବତନ କ୍ରିକେଟର ମଦନ ଲାଲ୍ ସୂଚନା ଦେଇଥିଲେ।