ସେବାୟତଙ୍କ ପରିବାରକୁ କୋଭିଡ ଆର୍ଥିକ ସହାୟତା ପ୍ରଦାନ

ପୁରୀ, ୧୩/୫: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହା ସମସ୍ତଙ୍କର ଆର୍ଥିକବସ୍ଥା ଉପରେ ପ୍ରଭାବ ପକାଇଛି। ଏହାରିମଧ୍ୟରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ କୋଭିଡ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ୨୪୬୩ ସେବାୟତ ପରିବାରକୁ ୨ କୋଟି ୪୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏହି ସହାୟତା ପ୍ରଦାନ କରାଯାଇଛି। ଏପ୍ରିଲ ମାସରୁ ପାଳିଆ ପୁରସ୍କାର ରାଶି ଦୁଇଗୁଣା ଦିଆଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିିଳିଛି ।