୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଟ୍ରାଏଲ ପାଇଁ ଅନୁମତି

ଭୁବନେଶ୍ୱର, ୧୩/୫: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଟିକାକରଣ ପ୍ରକ୍ରିୟା ଜୋରଦାର ରେ ଚାଲିଛି।ଏହାରିମଧ୍ୟରେ ଆଜି ୨ରୁ ୧୮ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଟ୍ରାଏଲ ପାଇଁ ଅନୁମତି ମିଳିଛି।

ଭାରତ ବାୟୋଟେକକୁ କରୋନା ଟିକା କୋଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲ ପାଇଁ DCGI ପକ୍ଷରୁ ଅନୁମତି ମିଳିଛି। ଦ୍ୱିତୀୟ ଓ ତୃତୀୟ ଫେଜ୍ ଟ୍ରାଏଲ ପାଇଁ DCGIର ଅନୁମତି ଦିଆଯାଇଛି। ଏହା ୫୨୫ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ  ପରୀକ୍ଷା ହେବ।