କୋଭିସିଲ୍‌ଡ ଟିକା ଦେବାର ୪୨ ଦିନ ପରେ ମିଳିବ ୨ୟ ଡୋଜ

ଭୁବନେଶ୍ୱର, ୧୨/୫: ରାଜ୍ୟରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ିବାରେ ଲାଗିଛି। ତେଣୁ ଟୀକାକରଣ କରାଯାଉଛି। ଏହାରିମଧ୍ୟରେ ଦ୍ବିତୀୟ ଡୋଜ କୋଭିସିଲ୍‌ଡ ଟିକା ପାଇଁ କୋ-ୱିନ ପୋର୍ଟାଲରେ ପରିବର୍ତ୍ତନ କରାଯାଇଛି। ପ୍ରଥମ ଡୋଜ କୋଭିସିଲ୍‌ଡ ଟିକା ଦେବାର ୪୨ ଦିନ ପରେ ୨ୟ ଡୋଜ ମିଳିବ। ପୂର୍ବରୁ ପ୍ରଥମ ଡୋଜର ୨୮ ଦିନ ପରେ ଦିଆଯାଉଥିଲା ଦ୍ବିତୀୟ ଡୋଜ୍ । ଏଣିକି ୪୨ ଦିନ ପୂର୍ବରୁ ମିଳିବନି ଦ୍ବିତୀୟ ଡୋଜ କୋଭିସିଲ୍‌ଡ ଟିକା। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନରଙ୍କୁ ଜଣାଇଛି ସ୍ବାସ୍ଥ୍ୟ ବିଭାଗ ।