ବିଏମସିର ନୂଆ କମିସନର ହେଲେ IAS ସଞ୍ଜୟ କୁମାର ସିଂହ

ଭୁବନେଶ୍ୱର, ୧୨/୫: ବିଏମସି କମିସନର ବଦଳିଛନ୍ତି। ବିଏମସିର ନୂଆ କମିସନର ହୋଇଛନ୍ତି ଆଇଏଏସ ସଞ୍ଜୟ କୁମାର ସିଂହ।ସେ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସଚିବ ଅଛନ୍ତି। ୧୯୯୭ ବ୍ୟାଚ୍‌ର IAS ଅଫିସର ସଞ୍ଜୟ କୁମାର ସିଂହ । ପ୍ରେମଚନ୍ଦ୍ର ଚୌଧୁରୀ  ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର ହୋଇଛନ୍ତି।ସେହିପରି ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ,  IDCO CMD ଭାବେ IAS କ୍ରିଷନ କୁମାରଙ୍କୁ  ଅତିରିକ୍ତ ଦାୟିତ୍ବ ମିଳିଛି।