ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ

ନୂଆଦିଲ୍ଲୀ, ୯/୫:ଦେଶରେ ଦିନକୁ ଦିନ କଁ ରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀ ରେ ବେଶ ପ୍ରଭା ପକାଇଛି। ତେଣୁ କଁ ରୋନା ଚେନ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରିମଧ୍ୟରେ ଦିଲ୍ଲୀରେ ଆଉ ସପ୍ତାହେ  ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି। ମେ ୧୭ ଯାଏ ଦିଲ୍ଲୀରେ ଜାରି ରହିବ ଲକ୍‌ଡାଉନ କଟକଣା ।ଆସନ୍ତାକାଲିଠୁ ଦିଲ୍ଲୀ ମେଟ୍ରୋ ସେବା ବନ୍ଦ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିର୍ଦେଶ ଦେଇଛନ୍ତି। ଗତ ୩ ଦିନରେ କୋଭିଡ ପଜିଟିଭ୍‌ ହାର ୩୫%ରୁ ୨୩%କୁ ଖସିଥିବା ସୂଚନା ରହିଛି।