କରୋନା କାଳରେ ଗଳା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ଆପଣାନ୍ତୁ ଏହି ଦେଶୀ ଉପଚାର

ଆଗକୁ ଶିତଦିନ ଆସିବା ସହ ଏବେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଶୀତଦିନେ ବେଶି ଗଳା ସଂକ୍ରମଣ ହୁଏ । ଥଣ୍ଡା, କାଶ, ତଣ୍ଟି ଦରଜ ହୋଇଥାଏ । ତେଣୁ ଗଳା ସଂକ୍ରମଣରୁ ବଞ୍ଜିବାକୁ ହେଲେ ଏହି ଘରୋଇ ଉପଚାର ଅବଲମ୍ବନ କରନ୍ତୁ ।
-ରାତିରେ ଶୋଇଲେ ବେଳେ ଉଷୁମ କ୍ଷୀରରେ ଟିକେ ହଳଦି ମିଶାଇ ପିଇବା ଦ୍ୱାରା ଗଳା ସଫା ରହିଥାଏ ।
-ସେହିପରି ପାଣିରେ ଗୋଲମିଚ ଓ ତୁଳସୀ ପତ୍ର ଫୁଟାଇ ସେହି ପାଣିକୁ ଶୋଇବା ପୂର୍ବରୁ ପିଇଲେ ଗଳାକୁ ଆରାମ ମିଳିଥାଏ ।
-ଘିଅରେ ଗୋଲମରିଚ ଗୁଣ୍ଡ ମିଶାଇ ଖାଇଲେ ମଧ୍ୟ ଗଳା ସଂକ୍ରମଣକୁ ରୋକି ହୋଇପାରିବ ।
– ଏହାସହ ଥଣ୍ଡାଜାତୀୟ ଜିନିଷ, ଆମିଷ ଓ ଖଟା ନଖାଇଲେ ବହୁତ ଭଲ ହୋଇଥାଏ ।
-ରାତିରେ ଶୋଇବା ପୂର୍ବରୁ ଗରମ ପାଣିରେ ଗାର୍ଗଲିଙ୍ଗ କଲେ ମଧ୍ୟ ଗଳା ସଫା ରହିଥାଏ ଓ ଗଳା ସଂକ୍ରମଣକୁ ରୋକି ହୋଇଥାଏ ।