ସାଂଘାତିକ ସ୍ଥିତି : ରାଜଧାନୀ ଭୁବନେଶ୍ବରରୁ ଆଜି ୧୦୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮/୫: ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଓଡ଼ିଶାରେ ୧୧,୮୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରୁ ୧୦୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୦୩୪ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୫୪ ଓ ସ୍ଥାନୀୟ ଅଞ୍ଚଳରୁ ୮୮୦ ରୋଗୀ ଚିହ୍ନଟ ହୋଇଛନ୍ତି।ସେହିପରି ଆଜି ୧୦୧୯ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨,୫୩୦ କୁ ବୃଦ୍ଧି ପାଇଛି। ୪୨,୧୫୫ଜଣ ସୁସ୍ଥ ହୋଇଥିବା ବେଳେ ୨୭୯ ଜଣଙ୍କର ମୃତ୍ୟୁ ଘଟିଛି ଓ ଏବେ ଭୁବନେଶ୍ୱର ରେ ୧୦୦୭୫ ଆକ୍ଟିିିଭ କେସ ରହିଛି।