ବଢୁଛି କରୋନା: ଆହୁରି କଡ଼ାକଡ଼ି କରାଯିବ କଟକଣା

ଭୁବନେଶ୍ୱର, ୮/୫: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ଚେନ ଭାଙ୍ଗିବା ପାଇଁ ଲକଡାଉନ କରାଯାଇଛି। କିନ୍ତୁ ଲକ୍‌ଡାଉନ୍ ସମୟ‌ରେ ପରିଚୟ ପତ୍ର ଧରି କେତେକ ମନଇଚ୍ଛା ବୁଲିବା ଯୋଗୁଁ କଟକଣା ଆହୁରି କଡ଼ାକଡ଼ି କରାଯିବ। ଲକ୍‌ଡାଉନ୍‌ରେ ଆତଯାତ ପାଇଁ ପୋଲିସ କାହାକୁ ପାସ୍ ଦେଇନି। କିଛି ଲୋକ ପରିଚୟପତ୍ରର ଦୁରୂପଯୋଗ କରି ମନଇଚ୍ଛା ବୁଲୁଛନ୍ତି ବୋଲି କହିଛନ୍ତି ପୋଲିସ କମିଶନର ।କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି ସେମାନଙ୍କ ସଂସ୍ଥା ତାଲିକା ଦେବ। କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ ସଂସ୍ଥା କରିବ ବୋଲି କହିଛନ୍ତି ପୋଲିସ କମିଶନର । ସଂସ୍ଥା ଅଧିକୃତ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ବି ଦେବ। ସମ୍ପୃକ୍ତ କର୍ମଚାରୀ ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଦେଖାଇବେ।